ସିକିମରେ ମୃଦୁ ଭୂମିକମ୍ପ
ସିକିମ୍ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।
ରେକ୍ଟର ସ୍କେଲ ଅନୁସାରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି ।
ଗତକାଲି ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ମାଙ୍ଗାନ ଜିଲାରେ ଭୂମିକମ୍ପ କେନ୍ଦ୍ରସ୍ଥଳ ୧୪କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା ।
ବର୍ତମାନ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ଘଟଣା ଘଟିନଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଗତ ଦୁଇଦିନ ପୂର୍ବରୁ ସିକିମରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଶୁକ୍ରବାର ସକାଳେ ସିକିମରେ ଗାଙ୍ଗଟକରେ ଦୁଇଟି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଉଭୟ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୭ ରେକର୍ଡ କରାଯାଇଥିଲା । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ଘଟି ନଥିବା ସୂଚନା ମିଳିଛି ।