ଗ୍ୟାସ୍ ସଂକଟ : ବୈଠକ ଡାକିଲେ ରାଜ୍ୟ ସରକାର
ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ ମହଜୁଦ ରହିଛି ।
ତେଣୁ ଖାଉଟିମାନେ ବିଚଳିତ ନ ହେବାକୁ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରାମର୍ଶ ଦେଇ କହିଛନ୍ତି ।
ଗ୍ୟାସ ସଂକଟକୁ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।
ଓଡ଼ିଶାରେ ବର୍ତମାନ କୌଣସି ଗ୍ୟାସ ସଂକଟ ନାହିଁ, ପର୍ଯ୍ୟାପ୍ତ ମହଜୁଦ ରହିଛି । ସିଲିଣ୍ଡର (ଗ୍ୟାସ) ଅଧିକ ମାତ୍ରାରେ ମହଜୁଦ ରହିଥିବାରୁ ଲୋକଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ସୂଚାଇଛନ୍ତି ।
ପୂର୍ବରୁ କର୍ମସିଆଲ୍ ଗ୍ୟାସ ବଂଟନ ୨୦ ପ୍ରତିଶତ ରହିଥିଲା, ବର୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ବିଶେଷ କରି ରେଷ୍ଟୁରାଂଟ ଓ ହୋଟେଲଗୁଡ଼ିକୁ ସହଜରେ ମିଳି ପାରିବ ।
ଏହା ସହ ଆଉ ୧୦ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି । ସେଥିପାଇଁ ଶୀଘ୍ର କର୍ମସିଆଲ୍ ଗ୍ୟାସ୍ ଆବଶ୍ୟକତାର ପ୍ରାୟ ୫୦% ପୂରଣ ହେବା ଆଶା କରାଯାଉଛି ।
ଆଜିଠାରୁ କର୍ମସିଆଲ୍ ସଂସ୍ଥାମାନଙ୍କୁ ୪୦ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାର୍ଯ୍ୟ କରୁଛି ।
ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ୍ ବଂଟନ ସାଧାରଣ ଭାବେ ଚାଲିଛି ଏବଂ କୌଣସି ସମସ୍ୟା ନାହିଁ । ଯଦି କୌଣସି ଅଭିଯୋଗ ଆସେ, ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।