ଡିସେମ୍ବର ୨୪ରେ ବାରବାଟୀରେ ଟି-୨୦
ଡିସେମ୍ବର ୨୪ ତାରିଖରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଟି-୨୦ ମ୍ୟାଚ୍ ଖେଳାଯିବାର ପ୍ରସ୍ତୁତି ଆରମ୍ଭ ହୋଇଛି ।
ଦୀର୍ଘ ଦିନ ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବ । ୨୦୨୬-୨୭ ପାଇଁ ବିସିସିଆଇ ଖେଳସୂଚୀରେ ଏହା ଦର୍ଶାଯାଇଛି ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ଓଡ଼ିଆଇ ଓ ୩ଟି ଟି-୨୦ ମ୍ୟାଚ ଖେଳିବ ।
୩ଟି ମ୍ୟାଚ୍ ଟି-୨୦ ସିରିଜ୍ରେ ହେବାକୁ ଥିବାବେଳେ ଦ୍ୱିତୀୟଟି ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବାର ପ୍ରସ୍ତୁତି ନିଆଯାଇଛି । ରାଜକୋଟରେ ଶ୍ରୀଲଙ୍କା ପ୍ରଥମ, ପୁଣେରେ ତୃତୀୟ ମ୍ୟାଚ୍ ଖେଳାଯିବ ।
ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡ଼ିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ସେହି ମ୍ୟାଚରେ ଭାରତୀୟ ଦଳ ଚମକ୍ରାର ଖେଳ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ରନ୍ରେ ପରାସ୍ତ କରି ବିଜୟୀ ହୋଇଥିଲା ।