ସୋମବାର ପର୍ଯ୍ୟନ୍ତ ବିଧାନସଭା ମୁଲତବୀ
ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି । ଗୁରୁବାର ବିଧାନସଭା ଚାଲି ପାରି ନଥିଲା ।
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଏସସିବି ଅଗ୍ନିକାଣ୍ଡ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ ନେଇ ବିରୋଧୀମାନେ ହଟ୍ଟଗୋଳ କରିଥିଲେ ।
ଯାହାକୁ ନେଇ ବାଚସ୍ପତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତି ପାଦଦେଶରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ ।
ଏସସିବି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଜେବେ ଗତ ୧୭ତାରିଖରୁ ଏସସିବି ମେଡ଼ିକାଲ ଅଗ୍ନ୍ିକାଣ୍ଡ ପ୍ରସଙ୍ଗକୁ ନେଇ ଲଗାତର ଭାବେ ବିରୋଧୀମାନେ ଗୃହରେ ହଟ୍ଟଗୋଳ କରି ଆସୁଥିବା ପରିଲକ୍ଷିତ ହୋଇଛି ।