ମୁଖ୍ୟ ସ୍ରୋତରେ ସାମିଲ ୬ ମାଓବାଦୀ
ସୀମାନ୍ତ ଛତିଶଗଡ଼ ଜଙ୍ଗଲରେ ରହି ହିଂସା ଘଟାଉଥିବା ପୁଣି ୬ ନକ୍ସଲ ଜଙ୍ଗଲରୁ ବାହାରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।
ସରକାରଙ୍କ ଧାର୍ଯ୍ୟ ଟାର୍ଗେଟ୍ ସମୟସୀମା ଆଉ ମାତ୍ର ୫ଦିନ ବାକି ଥିବାବେଳେ ମାଓବାଦୀମାନେ ଜଣକ ପରେ ଆତ୍ମସମର୍ପଣ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ କାଂକେର ଜିଲାର ରାଜନନ୍ଦଗାଓ ଓ କାଂକେର ଡିଭିଜନ କମିଟିର ୬ ନକ୍ସଲ ପୁଲିସ ନିକଟରେ ପହଂଚିଥିବା ଦେଖାଯାଇଛି ।
ଏମାନେ ହେଲେ ଏସିଏମ ମଙ୍ଗେଶ ପଡ଼ିଆମି, ଏସିଏମ ଗଣେଶ ବିକେ, ଏସିଏମ ମଙ୍ଗଲି ଜୁରୀ, ଏସିଏମ ହିଡମେ ମାରକାମ, ଏସିଏମ ରାଜେ ଏବଂ ପିପିସିଏମ ସ୍ୱରୂପା ଉଷେଣ୍ଡି । ଏମାନେ ଗୋଟିଏ ଏସଏଲଆର, ୩ଟି ୩୦୩ ରାଇଫଲ ସହ ଆତ୍ମସମର୍ପଣ କରିଛନ୍ତି ।
କାଂକେର ଜିଲା ପୁଲିସ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି ।
ନକ୍ସଲ ସରକାରଙ୍କ ଲଗାତର ଅପରେସନ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆତ୍ମ ସମର୍ପଣ କରୁଥିବା କୁହାଯାଇଛି । ଏହା ମଧ୍ୟରେ ୨୭ଶହ ନକ୍ସଲ ଆତ୍ମସମର୍ପଣ କରି ସାରିଛନ୍ତ ବୋଲି କୁହାଯାଇଛି ।