୧୩ ଆମେରିକୀୟ ଘାଟି ଧ୍ୱଂସ, ୬ ମୃତ
ଉପସାଗରୀୟ ଅଂଚଳରେ ଏବେବି ଉତେଜନା ଜାରି ରହିଛି । ଅଂଚଳରେ ଥିବା ଆମେରିକୀୟ ଘାଟି ଉପରେ ଇରାନ ଆକ୍ରମଣ କରି ବିନାଶ ଘଟାଉଛନ୍ତି ।
ସେସବୁ ଘାଟି ଏବେ ଆଉ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନର ନିରନ୍ତର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଯୋଗୁଁ ଅନେକ ପ୍ରମୁଖ ଆମେରିକୀୟ ଘାଟି ଧ୍ୱଂସ ପାଇଛି । ଯାହା ଫଳରେ ସୈନିକମାନଙ୍କୁ ହୋଟେଲ ଏବଂ ଅଫିସ ସମେତ ଅସ୍ଥାୟୀ ପ୍ରତିଷ୍ଠାନରେ ରହିବାକୁ ପଡ଼ୁଛି ।
ସ୍ଥଳ କର୍ମଚାରୀମାନେ ଅସ୍ଥାୟୀ ସ୍ଥାନରୁ କାର୍ଯ୍ୟ କରୁଛନ୍ତି । କାର୍ଯ୍ୟକ୍ଷମ ଘାଟିରୁ ବିମାନ ଉଡାଣ ଜାରି ରହିଛି । ୧୩ଟି ଆମେରିକୀୟ ସାମରିକ ଘାଟି ମଧ୍ୟରୁ ଅନେକ ଗୁରୁତର ଭାବେ ନଷ୍ଟ ହୋଇଯାଇଛି, ଇରାନ ପାଖରେ ଅବସ୍ଥିତ କୁଏତରେ ଥିବା ଘାଟିଗୁଡ଼ିକ ସବୁଠାରୁ ଅଧିକ କ୍ଷତି ସହିଛ ବୋଲି ଆମେରିକୀୟ ଅଧିକାରୀ ଏବଂ ସାମରିକ କର୍ମଚାରୀମାନେ କହିଥିବା ଜଣାପଡ଼ିଛି ।
ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଅଂଚଳରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ ଆକ୍ରମଣ ବ୍ୟାପକ କ୍ଷତି ଘଟାଇଛି । କୁଏତରେ ଛଅଜଣ ଆମେରିକୀୟ ସୈନିକଙ୍କ ମୃତ୍ୟ ହୋଇଛି ।
ଇରାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଏହି ଘାଟିଗୁଡ଼ିକ ଉପରେ ଟାର୍ଗେଟ୍ କରାଯାଇଥିବା ପ୍ରକାଶ ପାଇଛି । ଏହି ଘାଟିଗୁଡ଼ିକୁ ଆମେରିକୀୟ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଏହା ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଆମେରିକୀୟ ଘାଟି ଭାବେ ପରିଚିତ ।
ଇରାନ ବହାରିନରେ ଏକ ବଡ଼ ଆକ୍ରମଣ କରିଛି, ଯେଉଁଥିରେ ଆମେରିକୀୟ ନୌସେନାର ପଂଚମ ବାହିନୀର ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି । ଏହି ଆକ୍ରମଣ ନୌସେନା କାର୍ଯ୍ୟ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।
ସାଉଦି ଆରମର ଫ୍ରିନ୍ସ ସୁଲତାନ ବାୟୁସେନା ଘାଟି ଉପରେ ମଧ୍ୟ ଇରାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଯୋଗାଯୋଗ ଉପକରଣ ଏବଂ ଅନେକ ଇନ୍ଧନ ଭର୍ତି ବିମାନ କ୍ଷତିଗ୍ରସ୍ତ ହୋଇଛି ।