ସୁରଟ : ଅଗ୍ନିକାଣ୍ଡରେ ୫ ମୃତ
ଗୁଜୁରାଟ ସୁରଟସ୍ଥିତ ଲିମ୍ବାୟତ ଅଂଚଳରେ ଏକ ଆବାସିକ ଗୃହରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ଜଣ ମହିଳାଙ୍କ ସମେତ ୪ବର୍ଷର ଜଣେ ଶିଶୁର ମୃତ୍ୟୁ ଘଟିଛି ।
ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନ୍ିକାଣ୍ଡ ବୋଲି ପୁଲିସ ସନେ୍ଦହ କରୁଥିବାବେଳେ ଘର ଭିତରେ ଗଚ୍ଛିତ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।
ଅତି ସଂକୀର୍ଣ୍ଣ ସ୍ଥାନରେ ଅଗ୍ନିକାଣ୍ଡ ଘଟିବାଦ୍ୱାରା ପ୍ରବଳ ଧୂଆଁରେ ଶ୍ୱାସକଷ୍ଟ ପାଇ ୫ଜଣଙ୍କ ମୃତ୍ୟୁ ଘଟିଛି । ପ୍ରତ୍ୟେକ ଉଦ୍ଧାର ପୂର୍ବରୁ ମୃତ୍ୟୁ ଘଟିଥିବା ପୁଲିସ କହିଛି ।
ପୁଲିସ କମିସନର ବଳରାମ ମୀନାଙ୍କ ତଥ୍ୟ ଅନୁଯାୟୀ ସର୍ଟ ସର୍କିଟ୍ ସୃଷ୍ଟି ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେଟା ତୀବ୍ର ଥିଲା ଯେ କ୍ଷଣିକ ମଧ୍ୟରେ ତାହା ସମସ୍ତ ସାମଗ୍ରୀକୁ ପୋଡ଼ି ନଷ୍ଟ କରି ଦେଇଥିଲା ।
ଅଗ୍ନିଶମ ବାହିନୀର ନିରନ୍ତର ପ୍ରୟାସ ଯୋଗୁଁ ନିଆଁକୁ ଆୟତ କରାଯାଇଥିଲେ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ଘଟିଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିବା ସହ ପ୍ରକୃତ କାରଣ ଜାଣିବା ନିମନ୍ତେ ତଦନ୍ତ ଚାଲିଛି ।