ପୁଣି ଆଉ ଏକ ଯୁଦ୍ଧ!
ନିଜର ସାମରିକ କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଜାପାନ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛି । ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ ନିୟୋଜିତ କରିଛି ।
ସାମରିକ ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ ଦେଶର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ଏକ ସେନା ଘାଟିରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ନିୟୋଜିତ କରାଯାଇଛି ।
ଏହାଦ୍ୱାରା ଚୀନ ସହିତ ଉତେଜନା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ଜାପାନର ଏହି ପଦକ୍ଷେପ ନିଜର ଆକ୍ରମଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ।
ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ବିକଶିତ ଏହି ଅପଗ୍ରେଡେଡ ଟାଇପ୍-୧୨ କ୍ଷେପଣାସ୍ତ୍ରଗୁଡ଼ିକ ଏବେ ପୂର୍ବ ଅପେକ୍ଷା ଅଧିକ ଦୂରତା ଲକ୍ଷ୍ୟଭଦ କ୍ଷମତା ରହିଛି ।
ଜାପାନର ପ୍ରତିରକ୍ଷାମନ୍ତ୍ରୀ ସିଞ୍ଜିରୋ କୋଇଜୁମି କହିଛନ୍ତି ଯେ ଦେଶ ବର୍ତମାନ ଯୁଦ୍ଧ ପରବର୍ତୀ ଯୁଗର ସବୁଠାରୁ ଜଟିଳ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ।
ଏହି ପଦକ୍ଷେପ ଜାବାନର ପ୍ରତିରୋଧ କ୍ଷମତାକୁ ସୁଦୃଢ଼ କରିବ ଏବଂ ଦେଶକୁ ରକ୍ଷା କରିବା ପାଇଁ ଆମର ସଂକଳ୍ପକୁ ସୁଦୃଢ଼ କରିବ । ଉନ୍ନତ ଟାଇପ-୧୨ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧,୦୦୦ କିଲୋମିଟର ରହିଛି, ଯାହା ପୂର୍ବରୁ ମାତ୍ର ୨୦୦ କିଲୋମିଟର ଥିଲା ।
କ୍ଷେପଣାସ୍ତ୍ର ମୁତୟନକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ସେମାନେ ଆବାସିକ ଅଂଚଳ ନିକଟରେ ଅବସ୍ଥିତ ଏକ ସେନା ଶିବିର ବାହାରେ ପ୍ରଦର୍ଶନ କରିଛନ୍ତି ।
ସେମାନେ କହିଛନ୍ତ ିଯେ ଏହା ଅଂଚଳରେ ଉତେଜନା ବୃଦ୍ଧି କରିବ ଏବଂ ଶତ୍ରୁ ଆକ୍ରମଣର ଆଶଙ୍କା ବୃଦ୍ଧି କରିବ । ଜାପାନ ନିଜର ସାମରିକ ଶକ୍ତିକୁ ଆହୁରି ବୃଦ୍ଧି ପାଇଁ ଯୋଜନା କରୁଛି ।
ଚଳିତବର୍ଷ ଶେଷ ସୁଦ୍ଧା ଏହା ନିର ଯୁଦ୍ଧଜାହାରେ ଆମେରିକା ନିର୍ମିତ ଦୀର୍ଘ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ନିୟୋଜିତ କରିବାକୁ ପ୍ରସ୍ତୁତ ହେଉଛି ।
ବିଶେଷ କରି ପୂର୍ବ ଚୀନ ସାଗର ଚାରିପାର୍ଶ ଅଂଚଳରେ ଜାପାନ ଚୀନକୁ ଏକ ପ୍ରମୁଖ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଦେଖୁଥିବା ମନେ କରାଯାଉଛି ।