ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ଗୃହ ସଚିବ ଓ ପୁଲିସ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି ।
ଏପରିକି ମାଲଦାରେ ଏସଆଇଆରରେ ନିୟୋଜିତ ୩ ମହିଳା ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା ।
ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଚିନ୍ତା ପ୍ରକଟ କରିବା ସହ ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ଗୃହ ସଚିବ ଓ ପୁଲିସ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ବିଶେଷ କରି ଏସଆଇଆରର ସୁପରିଚାଳନା ନିମନ୍ତେ ସମସ୍ତ ଇଏସଆଇଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ଦେବାକୁ ନିର୍ଦେଶ ଦେଇଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ।