ପୁଣି କମିଲା ସୁନା, ରୁପା ଦର
ମଧ୍ୟପ୍ରାଚ୍ୟ ଯୁଦ୍ଧ ଲାଗି ରହିବାଦ୍ୱାରା ସୁନା ଓ ରୁୂପା ମୂଲ୍ୟରେ ହେରଫେର ହେଉଥିଲା । ଗତ କିଛିଦିନ ତଳେ ସୁନା ଓ ରୁପା ଦର ବୃଦ୍ଦି ପାଇଥିବାବେଳେ ଗୁରୁବାର ପୁଣି ସେଥିରେ ହ୍ରାସ ଘଟିଛି ।
କଟକ ଓ ଭୁବନେଶ୍ୱରରେ ଜଣାପଡ଼ିଛି ଯେ ୨୨ କ୍ୟାରେଟ ସୁନା ୧୦ଗ୍ରାମ ମୂଲ୍ୟ ୩୬୫୦ ଟଙ୍କା ହ୍ରାସ ପାଇ ୧,୩୬,୫୫୦ ଟଙ୍କା ହୋଇଛି ।
ସେହିପରି ୨୪ କ୍ୟାରେଟ୍ ସୁନା ୧୦ଗ୍ରାମର ମୂଲ୍ୟ ୩୯୮୦ଟଙ୍କା ହ୍ରାସ ପାଇ ୧,୪୮,୯୭୦ଟଙ୍କା ହୋଇଛି । ସେହିପରି ରୁପା କିଲୋ ୧୦ହଜାର ଟଙ୍କା କମ୍ ହୋଇ ୨,୫୫,୦୦୦ଟଙ୍କା ହୋଇଛି ।
ଗତକାଲି ରୁପା କିଲୋ ୧୫ହଜାର ଟଙ୍କା, ୨୨ କ୍ୟାରେଟ ସୁନା ୩୧୫୦ ଟଙ୍କା ଓ ୨୪ କ୍ୟାରେଟ ସୁନା ୩୪୪୦ ଟଙ୍କା ବଢ଼ିଥିଲା ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରଠାରୁ ସୁନା ଓ ରୁୂପା ଦର ଅସ୍ଥିର ରହିଛି । କେତେବେଳେ ବଢ଼ି ଯାଉଛି ତ ଆଉ କେତେବେଳେ କମୁଛି ।
ତେବେ ଗୁରୁବାର ଉଭୟ ଧାତୁ ବିକ୍ରି କ୍ଷେତ୍ରରେ ଶସ୍ତା ରହିଥିବା ପରିଲକ୍ଷିତ ହୋଇଥିଲା । ଇଣ୍ଡିଆନ୍ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ମୁତାବକ ୧୦ଗ୍ରାମ ୨୪କ୍ୟାରେଟ ସୁନା ଦାମ ୫୩୪୬ ଟଙ୍କା ହ୍ରାସ ପାଇ ୧.୪୬ ଲକ୍ଷ ଟଙ୍କା ହୋଇଛି ।
ସେହିପରି ରୁପା କିଲୋ ୧୫,୧୭୬ ଟଙ୍କା ଶସ୍ତା ହୋଇଛି ୨.୨୫ ଲକ୍ଷ ଟଙ୍କାକୁ ଖସି ଆସିଛି । ଇରାନ ଯୁଦ୍ଧ ପ୍ରଭାବରେ ଗତ ୩୪ଦିନ ମଧ୍ୟରେ ସୁନା ୧୩,୫୯୦ ଟଙ୍କା ଓ ରୁପା ୪୦,୦୪୦ ଟଙ୍କା ଶସ୍ତା ହୋଇଛି ।