ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ
ଗୁରୁବାର ଇରାନ ଇସ୍ରାଏଲ ଆଡ଼କୁ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ।
ଅପରେସନ ଏପିକ ଫ୍ୟୁରି ଉପରେ ଜାତି ଉଦେ୍ଦଶ୍ୟରେ ତାଙ୍କ ଭାଷଣ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ବାର୍ତା ପରେ ଏହି ଆକ୍ରମଣ ହୋଇଥିଲା ।
ଟ୍ରମ୍ପ ଇରାନକୁ ଗୁଳିମାଡ଼ ବନ୍ଦ କରିବା ଏବଂ ଆପୋଷ ସମାଧାନ ପାଇଁ ଏକ ଚରମବାଣୀ ଦେଇଥିଲେ । ଇସ୍ରାଏଲୀ ସେନା କହିଛି ଯେ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବା ପାଇଁ ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇଛି ।
ସେନା କହିଛି ଯେ ଏହା ଇରାନୀ ସୀମା ଆଡ଼କୁ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଚିହ୍ନଟ କରିଛି ଏବଂ ଏହା ତିନି ଘଂଟାରୁ କମ୍ ସମୟ ମଧ୍ୟରେ ତୃତୀୟ ଏପରି ଆକ୍ରମଣ । ପ୍ରତିରକ୍ଷା ବ୍ୟବସ୍ଥା ଆକ୍ରମଣକୁ ପ୍ରତିହତ କରିବା ପାଇଁ କାମ କରୁଛି ।
ଫ୍ରାନ୍ସ ପ୍ରେସ ଏଜେନ୍ସି ରିପୋର୍ଟ ପକ୍ଷରୁ କୁହାଯାଇଛି ଯେ ଉତର ଇସ୍ରାଏଲରେ ବିମାନ ଆକ୍ରମଣ ସାଇରନ ବାଜିଛି, କିନ୍ତୁ କୌଣସି ମୃତାହତ ସମ୍ପର୍କରେ ଜଣାପଡ଼ି ନାହିଁ ।