ମୋଦୀଙ୍କୁ କାପୁରୁଷ କହି ବର୍ଷିଲେ ପ୍ରିୟଙ୍କା
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଗୁରୁବାର କେରଳ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇ ମୋଦୀଙ୍କୁ ଲକ୍ଷ୍ୟ କରି ତୀବ୍ର ଆକ୍ରମଣ କରିଛନ୍ତି ।
ମୋଦୀଙ୍କୁ କାପୁରୁଷ ବୋଲି କହିବା ସହ ଶାସକ ଏଲଡିଏଫ ଓ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ବି-ଟିମ୍ ବୋଲି କଟାକ୍ଷ କରିବାକୁ ଛାଡ଼ି ନାହାଁନ୍ତି । କେରଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।
ଆଜି ପୁଥାନଥୋପୁରେ ଏକ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କୁ ପ୍ରିୟଙ୍କା କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମ ଏସିଆ ବିବାଦରେ ମୋଦୀ ଆମେରିକା ଏବଂ ଇସ୍ରାଏଲ ଆଗରେ ମୁଣ୍ଡ ନୁଆଁଇଛନ୍ତି ।
ଫଳସ୍ୱରୂପ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଯେପରି ଭାରତ ମଧ୍ୟ ଅନ୍ୟ ଦେଶମାନଙ୍କ ଭଳି କ୍ଷତି ସହିବ । ଆମର ପ୍ରଧାନମନ୍ତ୍ରୀ ଜଣେ କାପୁରୁଷ ଅଟନ୍ତି, ଯାହାଙ୍କ କୌଣସି ମେରୁଦଣ୍ଡ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି । ତାଙ୍କ ସହିତ ଆପୋଷ ବୁଝାମଣା କରାଯାଇଛି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ନୀତି ସଂଘର୍ଷ ସମୟରେ ଉପସାଗରୀୟ ଅଂଚଳରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷା ପ୍ରଦାନ କରିନାହିଁ । ଶାସକ ଏଲଡିଏଫ ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ମୋଦୀଙ୍କ ବି-ଟିମ ବୋଲି କହି ମଧ୍ୟ ଅଭିଯୋଗ କରିଛନ୍ତି ।
ସେ ଦେଶରେ ମୋଦୀଙ୍କ ବିରୋଧରେ ଯାଉଥିବା ନେତା, ଇଡି, ସିବିଆଇ ଓ ଆଇଟିଦ୍ୱାରା ଗିରଫ ହେଉଥିବା ଅଭିଯୋଗ ଆଣି କହିଛନ୍ତି ଯେ ଜଣେ ନେତାଙ୍କ ନାମ କୁହନ୍ତୁ ଯିଏ ମୋଦୀଙ୍କ ବିରୋଧରେ ଠିଆ ହୋଇ ନିଜକୁ ପ୍ରକାଶ କରିଛନ୍ତି ଏବଂ ପ୍ରବର୍ତନ ନିର୍ଦେଶାଳୟ, ଆୟକର ବିଭାଗ, ସିବିଆଇ କିମ୍ବା ତାଙ୍କ ଅନ୍ୟ ଏଜେନ୍ସିଦ୍ୱାରା ଆକ୍ରମଣର ଶିକାର ହୋଇନାହାଁନ୍ତି ।
ସେ ଆହୁରି ଦାବି କରିଛନ୍ତି ଯେ ସରକାରୀ ଡାକ୍ତରଖାନାଗୁଡ଼ିକରେ କର୍ମଚାରୀ, ଚିକିତ୍ସା ଉପକରଣ ଏବଂ ଔଷଧର ଅଭାବ ଥିବାରୁ କେରଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି ।