ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ
ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଗଜପତି ପୁଲିସ ଜିଲାର ଗଞ୍ଜେଇ ମୁକ୍ତ ଅଭିଯାନ ଜାରି ରଖିଥିବାବେଳେ ଗଜପତି ପୁଲିସକୁ ବଡ଼ ସଫଳତା ମିଳିଛି ।
ରା. ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ଼ ବ୍ଲକ କିରାମା ଗ୍ରାମ ପଂଚାୟତର ବୁରିପଦର ଗାଁରେ ଥିବା କିଛି ଘର ଓ ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ୧୮ କ୍ୱିଂଟାଲ ୩୦କିଲୋ ଗଞ୍ଜେଇ ଜବତ କରିଛି ।
ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ଦୁଇ ନିରପେକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଯାହାକୁ ନେଇ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ।
୩ଜଣ ମାଫିଆଭ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନେ ଫେରାର ହୋଇ ଯାଇଛନ୍ତି ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୮୦ ଟଙ୍କା ହେବ ବୋଲି ଏସଡିପିଓ ରାକେଶ କୁମାର ସାହୁ ସୂଚାଇଛନ୍ତି ।