ଆଇଏନଏସ ତାରାଗିରି ନୌସେନାରେ ସାମିଲ
ଭାରତୀୟ ନୌସେନାରେ ଶୁକ୍ରବାର ଆଇଏନଏସ ତାରାଗିରି ଯୁଦ୍ଧ ଜାହାଜ ସାମିଲ ହୋଇଛି । ବିଶାଖାପାଟଣାରେ ଏକ ଭବ୍ୟ ସମାରୋହରେ ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ସାମିଲ କରାଯାଇଛି ।
ଏହି ଯୁଦ୍ଧ ଜାହାଜ ଭାରତର ସାମୁଦ୍ରିକ ସୁରକ୍ଷା ଓ ସାର୍ବଭୌମତ୍ବର ଏକ ନିର୍ଣ୍ଣାୟକ ମୁହୂର୍ତ ବୋଲି କୁହାଯାଉଛି । ତାରାଗିରିକୁ ସାମିଲ କରାଯିବା ପରେ ମନ୍ତ୍ରୀ ଶ୍ରୀ ସିଂହ ଏହି ବିକାଶକୁ ଭାରତର ବର୍ଦ୍ଦିତ ପ୍ରତିରକ୍ଷା ଦକ୍ଷତା ଏବଂ ଏକ ଆତ୍ମନିର୍ଭରଶୀଳ ନୌସେନା ଶକ୍ତି ଆଡ଼କୁ ଦେଶର ଯାତ୍ରା ପ୍ରତୀକ ଭାବେ ପ୍ରଶଂସା କରିଥିଲେ ।
ସେ କହିଥିଲେ ଯେ ଆଇଏନଏସ ତାରାଗିରି ସାମିଲ ହେବା ସମଗ୍ର ଅଂଚଳ ପାଇଁ ଶାନ୍ତି ଏବଂ ସମୃଦ୍ଧିର ବର୍ତା ପ୍ରେରଣ କରେ ।
ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧ ଜାହାଜ, ବ୍ରହ୍ମୋସ ଏବଂ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ସହିତ ସଜ୍ଜିତ । ଏହାର ଓଜନ ୭ହଜାର ଟନ । ଏହା ଶତ୍ରୁଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବ ।
ଏହା ଭାରତର ଦୀର୍ଘ ସାମୁଦ୍ରିକ ସୀମାର ଉପକୂଳବର୍ତୀ ନିରୀକ୍ଷଣ ସୁନିଶ୍ଚିତ କରିବ ଏବଂ ମାନବିକ ମିଶନରେ ମଧ୍ୟ ନିୟୋଜିତ ହେବ । ଷ୍ଟିଲଥ ଫ୍ରିଗେଟର ସ୍ୱଦେଶୀ ଭାବେ ଏହା ନିର୍ମିତ ହୋଇଛି ।
ଏହାର ୭୫% ସ୍ୱଦେଶୀ ଭାବେ ଉତ୍ପାଦିତ ହୋଇଛି । ଯାହା ଜାହାଜ ନିର୍ମାଣରେ ଭାରତର ବର୍ଦ୍ଦିତ ସମ୍ଭାବନାକୁ ଆହୁରି ସୁଦୃଢ଼ କରିବାରେ ସକ୍ଷମ ହେବ ।