ପୁଣି ବଢ଼ିଲା ସୁନା ଦର
ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶେଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି ।
ଏହାର ପ୍ରତିଫଳନ ଘରୋଇ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ୁଛି । ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଂଟରୁ ଅଧିକ ବୃଦ୍ଧି ପାଇଥିଲା ।
ଯେତେବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୫୦ ସୂଚକାଙ୍କ ୨୪,୦୦୦ ପାଖାପାଖି ପହଂଚିଥିଲା । ବୁଧବାର ସକାଳ ୯ଟା ୨୦ମିନିଟରେ ସେନସେକ୍ସ ୭୭,୩୩୧.୨୧ରେ କାରବାର କରୁଥିଲା ।
ଯାହା ୨,୭୧୪.୬୩ ପଏଂଟ (୩.୬୪%) ବୃଦ୍ଧି ପାଇଥିଲା । ନିଫ୍ଟି ୭୭୮,୫୫ ପଏଂଟ (୩.୩୭%) ବୃଦ୍ଦି ପାଇ ୨୩,୯୦୨.୨୦ରେ ପହଂଚିଛି ।
ଏହି ବୃଦ୍ଧି ଫଳରେ ନିବେଶକମାନେ ଅଳ୍ପ ସମୟ ମଧ୍ୟରେ ୧୪ଲକ୍ଷ କୋଟି ଟଙ୍କା ଲାଭ କରିଥିବା ଜଣାପଡ଼ିଛି । ଅପରପକ୍ଷରେ ଇରାନ-ଆମେରିକା ଯୁଦ୍ଧ ବିରତି ପରେ ପୁଣି ସୁନା ଦର ବୃଦ୍ଧି ପାଇଛି ।
ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ଗ୍ରାମ ପିଛା ୩ହଜାର ୯୮୦ଟଙ୍କା ବୃଦ୍ଧି ଘଟି ଦର ୧ଲକ୍ଷ ୫୩ହଜାର ୮୨୦ଟଙ୍କା ହୋଇଛି । ଗତକାଲି ଦର ୧ଲକ୍ଷ ୪୯ହଜାର ୮୪୦ଟଙ୍କା ଥିଲା ।
ସେହିପରି ୨୨ କ୍ୟାରେଟ ସୁନା ଦର ୩,୬୫୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୪୧ହଜାର ଟଙ୍କା ହୋଇଛି ।