୫ ଜିଲାକୁ ଅରେଞ୍ଜ ଆଲର୍ଟ
ଘୂର୍ଣ୍ଣିବଳୟ ଓ ଟ୍ରପ ଲାଇନ ପ୍ରଭାବରେ ଆହୁରି ୨୪ଘଂଟା ବର୍ଷା ହେବାର ସମ୍ଭବନା ଦେଖାଦେଇଛି ।
ସକାଳ ସମୟରେ ଖରା ଏବଂ ସନ୍ଧ୍ୟାରେ ବର୍ଷା ହେଉଥିବାବେଳେ ଆସନ୍ତା ୨୪ଘଂଟାରେ ସମଗ୍ର ଓଡ଼ିଶାରେ ବର୍ଷା ସତର୍କତା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ।
ମୂଳତଃ ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଭଳି ୫ଟି ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷ ଓ ସ୍ଥାନେସ୍ଥାନେ କୁଆପଥର ବର୍ଷାର ସମ୍ଭାବନାକୁ ପାଣିପାଗ ବିଭାଗ ଏଡାଉନାହିଁ । ଏହି ସମସ୍ତ ଜିଲାରେ ୬୦ରୁ ୭୦କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।
ସେହିପରି କଟକ, ଖୋର୍ଦ୍ଧା ଓ ନୟାଗଡ଼ ଭଳି ତିନି ଜିଲାରେ ବର୍ଷା ସହ ଦିନ ତମାମ ଆକାଶ ମେଘାଚ୍ଛନ୍ନ ରହିବାର ସୂଚନା ମିଳିଛି । ଯାହାଦ୍ୱାରା ଉପରୋକ୍ତ ସମସ୍ତ ଜିଲାରେ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ (ହଳଦିଆ ସତର୍କତା) ଜାରି ହୋଇଛି ।
ସେହିପରି ମାଲକାନଗିରି, କୋରାପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଦା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଭଳି ୧୬ଟି ଜିଲାରେ କେତେକ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।
୧୦ତାରିଖ ପର୍ଯ୍ୟନ୍ତ ବର୍ଷା ହେବାକୁ ସୂଚନା ମିଳିଥିବାବେଳେ ୧୨ରୁ ପାଗରେ ପରିବର୍ତନ ଘଟିବ । ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଆସନ୍ତାକାଲି ରାଜ୍ୟର କେତେକ ଜିଲାରେ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ କରାଯାଇଥିବାରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।