ଏୟାରଫିଲ୍ଡ ଥାନାରେ ଏନଆଇଏ ଟିମ
ଜାନୁଆରୀ ୨୭ରେ ହୋଇଥିଲା ବିସ୍ଫୋରଣ
ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତଗତ ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ ପହଁଚିଛି । ଏହି ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମୁଫି ଓ ତାଙ୍କ ମାଆଙ୍କ ମୃତୁ୍ୟ ହୋଇସାରିଛି ।
ଏୟାରଫିଲ୍ଡ ଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ ତଦନ୍ତ ଜାରି ରଖିିଛି ।
ତେବେ ଏହି ବିସ୍ଫୋରଣ ପଛରେ ଆନ୍ତଃରାଜ୍ୟ ଲିଙ୍କ ଅଛି କି ନାହିଁ ? ଏତେ ପରିମାଣର ଆରଡିଏକ୍ସ କେଉଁଠାରୁ ଆସିଥିଲା ଓ କେଉଁଠାରେ ବ୍ୟବହାର ହୋଇଥାନ୍ତା ତାହାର ଛାନଭିନ କରିବ ଏନଆଇଏ ଟିମ ।
ଏଥିସହ ଏହି ଘଟଣାର ଆତଙ୍କୀ ଲିଙ୍କକୁ ମଧ୍ୟ ତଦନ୍ତ କରିବ ଏନଆଇଏ ।
ସୂଚନାଥାଉ କି, ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ଏକ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା । ଏଥରେ ସେହେନୱାଜ ଓ ତାଙ୍କ ମାଆଙ୍କ ମୃତୁ୍ୟ ହୋଇଥିଲା ।
ତେବେ ଖୋର୍ଦ୍ଧାରୁ ଏହି ବିସ୍ଫୋରକ ପାଇଁ ସେହେନୱାଜକୁ ସୁପାରି ଦିଆଯାଇଥିବା ତଦନ୍ତରୁ ଏନଆଇଏ ଜାଣିପାରିଛି ।
ଏଣୁ ଏହା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ କରିବା ପାଇଁ ଏୟାରଫିଲ୍ଡ ଥାନାରେ ଏନଆଇଏ ଅଧିକାରୀ ପହଁଚି ଖୋଳତାଡ଼ କରୁଛନ୍ତି ।