ହିଜବୁଲ୍ଲା ମୁଖିଆ ନଇମ କାସିମ ନିହତ
ଇରାନକୁ ଇସ୍ରାଏଲୀ ଝଟକା
ଗତ କାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୪ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲେ । ମାତ୍ର ଏହାକୁ ମାନୁନାହାନ୍ତି ଉଭୟ ଇସ୍ରାଏଲ କିମ୍ବା ଇରାନ ।
ଗତ ବୁଧବାର ରାତିରୁ ଲେବାନନର ବେରୁଟ ସହର ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ।
ଇସ୍ରାଏଲ ବାୟୁସେନା ଲେବାନନର ଅନେକ ସହର ଉପରେ ବୋମାବର୍ଷଣ କରିବା ସହ ରକେଟ ମାଡ କରିଥିଲା ।
ଏଥିରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲା ର ମୁଖିଆ ନଇମ କାସିମ ନିହତ ହୋଇଥିବା ଇସ୍ରାଏଲ ଦାବି କରିଛି ।
ଫଳରେ ଉଭୟରେ ହିଜବୁଲ୍ଲା ଓ ଇରାନକୁ ଲାଗିଛି ଜୋରଦାର ଝଟକା ।
୧୯୮୨ ମସିହାରେ ଲେବାନନରେ ସିହା ମୁସିଲମ ସଂଗଠନ ଦ୍ୱାରା ଗଠିତ ହୋଇଥିଲା ହିଜବୁଲ୍ଲା ଆତଙ୍କୀ ସଂଗଠନ । ଦକ୍ଷିଣ ଲେବାନନରେ ଇସ୍ରାଏଲୀ କବଜାକୁ ହିଜବୁଲ୍ଲା ବିରୋଧ କରି ଇସ୍ରାଏଲ ସେନା ଓ ନାଗରିକଙ୍କ ଉପରେ ଲଗାତାର ଆକ୍ରମଣ କରିଆସୁଥିଲା ।