ଆମେରିକାକୁ ମାନୁନି ଇସ୍ରାଏଲ
ଆଉ ଥରେ ଯୁଦ୍ଧ ଆରମ୍ଭ ହୋଇଯିବ କି ?
ଗତ କାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୪ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲେ । ମାତ୍ର ଏହାକୁ ମାନୁନାହିଁ ଇସ୍ରାଏଲ ।
ଯୁଦ୍ଧବିରତିକୁ ବେଖାତିର କରି ଇସ୍ରାଏଲ ଇରାନ ଓ ତାକୁ ସମର୍ଥନ କରୁଥିବା ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ।
ଇସ୍ରାଏଲ ଗତ ବୁଧବାର ରାତିରୁ ଲେବାନନର ଅନେକ ସ୍ଥାନ ଉପରେ ଇସ୍ରାଏଲ ମିସାଇଲ ମାଡ଼ କରିଚାଲିଛି । ଫଳରେ ମଧ୍ୟପ୍ରାଚ୍ୟର ପ୍ୟାରିସ ସହର ବୋଲଉଥିବା ଲେବାନନର ବେରୁଟ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।
ଏଥିସହ ଇରାନକୁ ସମର୍ଥନ କରିଆସୁଥିବା ହିଜବୁଲ୍ଲା ମୁଖ୍ୟ ନଇମ କାସିମ ମଧ୍ୟ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।
ଏପରିସ୍ଥଳେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧବିରତି କାଏମ ରହିବା ନେଇ ଆଶଙ୍କା ଦେଖାଦେଇଛି ।
ଫଳରେ ଆଉ ଥରେ ଯୁଦ୍ଧ ଆରମ୍ଭ ହୋଇଯିବ କି ବୋଲି ସାରା ବିଶ୍ୱରେ ଆଶଙ୍କା ଦେଖାଯାଇଛି ।