ଓଏସଏସଟିଇଟି-୨୦୨୫ ରେଜଲ୍ଟ ପ୍ରକାଶ
www.bseodisha.ac.in ରେ ରେଜଲ୍ଟ ଦେଖିପାରିବେ
ଗୁରୁବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଡ଼ଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ-୨୦୨୫ ପ୍ରକାଶ କରାଯାଇଛି ।
ଏହି ପରୀକ୍ଷାରେ ମୋଟାମୋଟି ୭୨.୩୮ ପ୍ରତିଶତ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ବିଏସଇ) ସୂଚନା ଜାରି କରାଯାଇଛି ।
ଆଜି ଅପରାହ୍ଣ ୪ଟା ପର ଠାରୁ www.bseodisha.ac.in ରେ ରେଜଲ୍ଟ ପରୀକ୍ଷାର୍ଥୀମାନେ ଦେଖିପାରିବେ ।
ସେହିପରି ପାସ କରିଥିବା ପରୀକ୍ଷାର୍ଥୀମାନେ ଅପରାହ୍ଣ ୫ଟା ପର ଠାରୁ ଏହି ୱେବସାଇଟରୁ ସାର୍ଟିଫିକେଟ ମଧ୍ୟ ସେମାନେ ଡାଉନଲୋଡ କରିପାରିବେ ।
ଯେଉଁମାନେ ଉତୀର୍ଣ୍ଣ ହୋଇନାହାନ୍ତି ସେମାନେ ଓଏମଆର ସିଟ ଡାଉନଲୋଡ କରିପାରିବେ ।