ଆସାମ, କେରଳ, ପୁଡୁଚେରୀରେ ଭୋଟ
ବିଜେପି–କଂଗ୍ରେସ କଡ଼ା ଟକ୍କର
ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଦେଶର ୩ଟି ରାଜ୍ୟରେ ମତଦାନ ହେଉଛି । ଏକକାଳୀନ ଆସାମ, କେରଳ ଓ ପୁଡୁଚେରୀରେ ମତଦାତାମାନେ ସେମାନଙ୍କ ପସନ୍ଦର ଦଳର ପ୍ରାର୍ଥୀଙ୍କୁ ଇଭିଏମରେ ବଟନ ଚିପି ମତଦାନ ଦେଇଛନ୍ତି ।
ଏହିକ୍ରମରେ ସାଂସଦ ଶଶୀ ଥରୁର ମଧ୍ୟ କେରଳରେ ତାଙ୍କ ମତଦାନ ଦେଇଛନ୍ତି ।
ଭାରତର ଉତରପୂର୍ବ ପ୍ରବେଶପଥ ଆସାମରେ କଂଗ୍ରେସ ଓ ଶାସକ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି ।
ସେହିପରି କେରଳରେ ମଧ୍ୟ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯିବା ସହ କେରଳରେ ଏଥରକ ପ୍ରଥମ ଥର ପାଇଁ ବିଜେପି ଖାତା ଖୋଲିବ ବୋଲି କେତେକ ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି ।
ସେହିଭଳି ପୁଡୁଚେରୀରେ ମଧ୍ୟ ସୁରୁଖୁରରେ ଭୋଟିଂ ଚାଲିଛି ।
ଅପରାହ୍ଣ ୩ଟା ସୁଦ୍ଧା ଏହି ୩ଟି ରାଜ୍ୟରେ ପ୍ରାୟ ୪୧ ପ୍ରତିଶତରୁ ଅଧିକ ମତଦାନ ହୋଇଛି ।