ରାଜା ସାହାଣୀକୁ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୁଲିସ
ଆନ୍ତଃରାଜ୍ୟ ଲୁଟେରା ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଇଛି କର୍ଣ୍ଣାଟକ ପୁଲିିସ । ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଚୌଦ୍ୱାର ଜେଲରୁ ରାଜାକୁ ନେଇ ପଚରାଉଚୁରା କରିବ କର୍ଣ୍ଣାଟକ-ବେଙ୍ଗାଲୁର ପୁଲିସ ।
ବେଙ୍ଗାଲୁରରେ ପ୍ରାୟ ୨୦ କୋଟି ଟଂକାର ଅଳଙ୍କାର ଲୁଟରେ ରାଜା ସାହାଣୀର ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିବା ପରେ ଚୌଦ୍ୱାର ଥାନାରେ ପହଂଚିଛି କର୍ଣ୍ଣାଟକ ପୁଲିସ । ଅଦାଲତରୁ ଏଥିପାଇଁ ଅନୁମତି ପାଇବା ପରେ ଆଜି ରାଜାକୁ କଡ଼ା ସୁରକ୍ଷା ମଧ୍ୟରେ କର୍ଣ୍ଣାଟକ ନିଆଯାଇଛି ।
ସୂଚନାଥାଉ କି, ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ରାଜା ସାହାଣୀକୁ ଓଡ଼ିଶା ପୁଲିସ ଉତରାଖଣ୍ଡର ଋଷିକେଶରୁ ଗିରଫ କରି ଚୌଦ୍ୱାର ଜେଲକୁ ଆଣିଛି ।
ସେ ଜଣେ ଆନ୍ତଃରାଜ୍ୟ ଲୁଟେରା ହୋଇଥିବାବେଳେ ଦିଲ୍ଲୀ, ବେଙ୍ଗାଲୁର, କର୍ଣ୍ଣାଟକ ଆଦି ରାଜ୍ୟରେ ଥିବା ଏକାଧିକ ସୁନା ଅଳଙ୍କାର ଲୁଟ ମାମଲାରେ ରାଜାର ସମ୍ପୃକ୍ତି ଥିବା ତଦନ୍ତରୁ ପୁଲିସ ଜାଣିପାରିଛି ।