୩୭କୋଟି ଟଙ୍କାର ସୁନା ଜବତ
ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ସୁନା ଚୋର ଚାଲାଣ ରାକେଟର ପର୍ଦ୍ଦାଫାସ କରିବା ସହିତ ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ୨୪ଜଣ ମହିଳାଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ ସେମାନଙ୍କଠାରୁ ୨୯.୩୭ କିଲୋଗ୍ରାମ ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୩୭.୭୪ କୋଟି ଟଙ୍କା ।
ଡିଆରଆଇ ଅଧିକାରୀମାନେ କହିଛନ୍ତି ଯେ କେନିଆର ନାଇରୋବିରୁ ଆସୁଥିବା କିଛି ମହିଳା ସେମାନଙ୍କ ସହିତ ସୁନା ଚୋର ଚାଲାଣ କରୁଥିବା ଗୁପ୍ତ ସୂଚନା ମିଳିଥିଲା ।
ଏହା ପରେ ନାଇରୋବିରୁ ମୁମ୍ବାଇ ଆସିଥିବା ୨୪ଜଣ ବିଦେଶୀ ମହିଳାଙ୍କୁ ଅଟକା ଯାଇଥିଲା ।
ସେମାନଙ୍କୁ ତଲାସି କରାଯିବା ସମୟରେ ସେମାନଙ୍କ ବ୍ୟାଗ ଏବଂ ପୋଷାକରୁ ୨୫.୧୦ କିଲୋଗ୍ରାମ ସୁନା ବାର ଏବଂ ୪.୨୭ କିଲୋଗ୍ରାମ ସୁନା ଗହଣା ଜବତ କରାଯାଇଥିବା ଜଣାପଡ଼ିଛି ।