ହର୍ମୁଜ ପ୍ରଣାଳୀକୁ ନେଇ ବୟାନ ଦେଲା ଇରାନ ସେନା
ହର୍ମୁଜ ପ୍ରଣାଳୀକୁ ନେଇ ଇରାନ ସେନା ବଡ଼ ବୟାନ ଦେଇଥିବା ଜଣାପଡ଼ିଛି ।
ଦିନକୁ ମାତ୍ର ୧୫ଟି ଜାହାଜ ଚଳାଚଳ କରିବାକୁ ଅନୁମତି ଦେଇଛି । ଯୁଦ୍ଧ ବିରତି ଉଲ୍ଲଙ୍ଘନ ହେଲେ ପରିଣାମ ଭୟଙ୍କର ହେବ ବୋଲି ଇରାନ କହିଛି ।
ଲେବାନନ ଯୁଦ୍ଧ ବିରତି ଅବିଚ୍ଛେଦ୍ୟ ଅଙ୍ଗ, ଯଦି ଆକ୍ରମଣ ହୁଏ ତେବେ ଆଉ ମାନିବୁ ନାହିଁ । ଆକ୍ସିସ ଅଫ୍ ରେଜିଷ୍ଟ୍ରାନ୍ସ ଅଧୀନରେ ଆସୁଥିବା ରାଷ୍ଟ୍ର ଏହାର ଅଂଶବିଶେଷ ।
ଯୁଦ୍ଧବିରତି ସମୟରେ ହର୍ମୁଜ ଦେଇ ଦୈନିକ କେବଳ ୧୫ଟି ଜାହାଜ ଛଡ଼ାଯିବ । ଇସ୍ରାଏଲ ଯୁଦ୍ଧବିରତି ସମୟରେ ଯଦି ଆକ୍ରମଣ ଚଳାଏ, ତେବେ ତାର ପ୍ରତିବାଦ ସ୍ୱରୂପ ଉଚିତ ଜବାବ ଦିଆଯିବ ।
ଇରାନ ଉପବୈଦେଶିକ ମନ୍ତ୍ରୀ ସୟଦ ଖାତିବଜାହେଦ କହିଛନ୍ତି ଯେ ହର୍ମୁଜ ଖୋଲଥିବାବେଳେ ପ୍ରତ୍ୟେକ ଟ୍ୟାଙ୍କର ଏବଂ ଜାହାଜକୁ ଇରାନ ସେବା ଏବଂ କର୍ତୃପକ୍ଷଙ୍କ ସହିତ ସୁରକ୍ଷିତ ଭାବେ ଯିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ହେବ ।