ଅଭିଯୁକ୍ତକୁ ୧୩ ମାସରେ ମିଲିଲା ଦଣ୍ଡ
ଅନୁଗୁଳ ପୋକ୍ସୋ କୋର୍ଟ ଶୁକ୍ରବାର ଏକ ବଡ଼ ରାୟ ପ୍ରକାଶ କରିଛନ୍ତି ।
ପୋକ୍ସୋ କୋର୍ଟମାତ୍ର ୧୩ମାସ ମଧ୍ୟରେ ଏକ ସମ୍ବେଦନଶୀଳ ଘଟଣାର ରାୟ ପ୍ରକାଶ କରିଛନ୍ତି ।
ଏହି କ୍ରମରେ କୋର୍ଟ ଜଣେ ୪ବର୍ଷ ୧୦ମାସ ବୟସର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ସବୁ ସାକ୍ଷ୍ୟ ପ୍ରମାଣକୁ ଭିତିକରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।
ମାମଲାର ବିବରଣୀରୁ ଜଣାଯାଏ ଯେ ୨୦୨୫ ମସିହା ମାର୍ଚ ୧୪ ତାରିଖରେ ନିଶା ଶିଳ୍ପାଂଚଳ ଥାନା ଅଂଚଳର ଜଣେ ୪ବର୍ଷ ୧୦ମାସର ନାବାଳିକା ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।
ନିଶା ଶିଳ୍ପାଂଚଳ ଥାନା ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ୧୫ ତାରିଖରେ ଘର ନିକଟ ଏକ ମହୁଲ ଗଛ ନିକଟରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା ।
ଶବବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ ପରେ ତଂଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ଏହି ଘଟଣାରେ ପୁଲିସ ୧୭ ତାରିଖରେ ଅନୁଗୁଳ ଜିଲା ଜରପଡ଼ା ଥାନା ଜେରେଙ୍ଗ ଗାଁର ୪୦ ବର୍ଷୀୟ ବାବୁଲା ଜେନାକୁ ଗିରଫ କରିଥିଲା ।
ପୋକ୍ସୋ କୋର୍ଟ ଏ ମାମଲାର ବିଚାର କରି ଡିଏନଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ବାବୁଲାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।
କୋର୍ଟଙ୍କ ଏହି ରାୟକୁ ସ୍ଥାନୀୟ ଅଂଚଳରେ ସ୍ୱାଗତ କରିଛନ୍ତି ।