ପୂର୍ବତନ ବିଜେଡି ବିଧାୟକ ରମେଶ ପଟୁଆଙ୍କ ଇସ୍ତଫା
ସମ୍ବଲପୁର ଜିଲା ରେଙ୍ଗାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ବିଧାୟକ ରମେଶ ପଟୁଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ସ୍ଥାନୀୟ ରାଜନୈତିକ ମହଲରେ ହେଉଥିବା ଚର୍ଚାରେ ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ନିଜର ଇସ୍ତଫା ପତ୍ର ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।
ସେ ଦର୍ଶାଇଛନ୍ତି ଯେ ଗତ ୨୭ବର୍ଷ ଧରି ଦଳର ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିଥିଲେ ।
ନଳିନୀ ପ୍ରଧାନ ପର୍ଯ୍ୟବେକ୍ଷକ ଥିବାବେଳେ ୫୩ହଜାର ଲୋକଙ୍କୁ ବିଜେଡି ସଦସ୍ୟତା ଗ୍ରହଣ କରାଇଥିଲେ । ୨୦୧୪ରୁ ୨୦୧୯ ମସିହାରେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଅଂଚଳର ବିକାଶ ହୋଇଥିଲା ।
ପୁର୍ବ ନିର୍ବାଚନରେ ଟିକଟ ନ ମିଳିଲେ ମଧ୍ୟ ସେ ଦଳ ପାଇଁ ପ୍ରତିବଦ୍ଧ ଥିଲେ ।
ବର୍ତମାନ ତାଙ୍କୁ ଦଳ ଆଉ ପୂର୍ବଭଳି ଗୁରୁତ୍ୱ ଦେଉ ନଥିବାରୁ ସେ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।