ଦିଲ୍ଲୀରେ ବ୍ୟାନ ହେବ ପେଟ୍ରୋଲ ଯାନ !
ଦେଶର ରାଜଧାନୀ ଦିଲ୍ଲୀକୁ ଏବେ ଗିଳିଛି ବାୟୁ ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ସହରର ଆକାଶ ମେଘାଚ୍ଛନ୍ନ ରହିବା ସହ କିଛି ଭଲ ଭାବେ ଦୃଶ୍ୟମାନ ହେଉନି ।
ତେବେ ଏଥିପାଇଁ ଦିଲ୍ଲୀରେ ଦୈନିକ ଗଡ଼ୁଥିବା ଯାନବାହାନରୁ ନିର୍ଗତ ଦୂଷିତ ଧୂଆଁ ର୍ହି ଦାୟୀ ।
ଏଣୁ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଏବେ କେନ୍ଦ୍ର ସରକାର ପେଟ୍ରୋଲ ବାଇକର ପଞ୍ଜୀକରଣ ବନ୍ଦ କରିଦେଇଛନ୍ତି । ଏଥିସହ ଦିଲ୍ଲୀ ରାଜରାସ୍ତାରେ ଅଧିକରୁ ଅଧିକ ବିଦ୍ୟୁତଯାନ ଚଳାଇବା ଲାଗି ଦିଲ୍ଲୀ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି ।