ଦରମା ବୃଦ୍ଧି ଦାବିରେ ପୁଲିସ ଗାଡ଼ି ପୋଡ଼ି
ସୋମବାର ନୋଏଡାର ବିଭିନ୍ନ ଅଂଚଳରେ ଦରମା ବୃଦ୍ଧି ଦାବି କରି ଅନେକ କମ୍ପାନୀର କର୍ମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି ।
ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି ପ୍ରତିବାଦ ଆଜି ହିଂସାତ୍ମକ ରୂପ ନେଇଛି । ଉତ୍ୟକ୍ତ କର୍ମଚାରୀମାନେ ଅନେକ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଏପରିକି ପ୍ରତିବାଦକାରୀମାନେ ଯାନବାହନ ଜାଳିଦେବା ସହ ପୁଲିସ ଉପରେ ଢେଲା ପଥର ମାଡ଼ କରିଥିବା ଦେଖିବାକୁ ମିଳିଛି ।
ଫଳରେଉତ୍ୟକ୍ତ ଜନତାଙ୍କୁ ନିୟନ୍ତଅଣ କରିବା ପାଇଁ ପୁଲିସ ଉପରେ ଢେଲା ପଥର ମାଡ଼ କରିଥିବା ଦଖେିବାକୁ ମିଳିଛି । ଫଳରେଉତ୍ୟକ୍ତ ଜନତାଙ୍କୁ ନିମନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ।
ଆନେ୍ଦାଳନକାରୀମାନେ ମଦ୍ରାସନ କମ୍ପାନୀ ନିକଟରେ ପ୍ରାୟ ଚାରିଟିଗାଡ଼ି ପୋଡ଼ି ଦେଇଥିବା ସୂଚନା ମିଳିଛି । ଗତ ତିନିରୁ ଚାରିଦିନ ଧରି କର୍ମଚାରୀମାନେ ସେମାନଙ୍କର ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି ।
ଦରମା ୧୩ହଜାର ଟଙ୍କାରୁ ୨୦ହଜାର ଟଙ୍କାକୁ ବୃଦ୍ଧି କରିବା, ଓଭରଟାଇମ ପ୍ରଦାନ କରିବା ଏବଂ ଛୁଟି ପାଇଁ ପୃଥକ ବ୍ୟବସ୍ଥା ନେଇ କର୍ମଚାରୀମାନେ ଦାବି କରି ଆସୁଛନ୍ତି । ୯ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରାଯାଇ ଏଠାରେ ବହୁ ସଂଖ୍ୟକ ଶ୍ରମିକ ଏକକ୍ରିତ ହୋଇଛନ୍ତି ।
୯ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରାଯାଇ ଏଠାରେ ବହୁ ସଂଖ୍ୟକ ଶ୍ରମିକ ଏକ୍ରିତ ହୋଇଛନ୍ତି ।
ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକ ଜାମ ହୋଇଛି । ନୋଏଡାର ଶିଳ୍ପ ଅଂଚଳକୁ ଏବଂ ସେଠାରୁ ଯାଉଥିବା ଅନେକ ରାସ୍ତା ବନ୍ଦ କରାଯାଇଛି ।