ସ୍କୁଲ ଗେଟ ଭୁଶୁଡ଼ି ୨ ଛାତ୍ରୀ ମୃତ
ଗଜପତି ଜିଲା ଆର. ଉଦୟଗିରି ଥାନା ରୁବୁଡିସିଂ ଉଚ୍ଚ ପ୍ରାଥମିକ ସ୍କୁଲରେ ବୁଧବାର ଏକ ବଡ଼ ଧରଣର ଅଘଟଣ ଘଟିଛି ।
ଜଣାପଡ଼ିଛି ଯେ ବିଦ୍ୟାଳୟର ଏକ ଫାଟକ ଭୁଶୁଡ଼ି ପଡ଼ିବାରୁ ୨ଜଣ ଛାତ୍ରୀଙ୍କ ମୃତୁ୍ୟ ଘଟିଛି । ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ହୋଇଥିବାବେଳେ ଅନ୍ୟଜଣେ ପଂଚମ ଶ୍ରେଣୀ ଛାତ୍ରୀ ।
ପିଲାମାନେ ଖେଳୁଥିବା ସମୟରେ ହଠାତ୍ ଫାଟକଟି ଭୁଶୁଡ଼ି ପଡ଼ିଥିଲା । ଯାହାକି ଦୁଇ ଛାତ୍ରୀଙ୍କ ଉପରେ ପଡ଼ିଥିଲା ।
ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଛି । ଅଭିଯୋଗ ହେଉଛି ଯେ ନିମ୍ନମାନର କାମ ଯୋଗୁଁ ଏଭଳି ଘଟିଛି । ଆର. ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ନୂଆଗଡ଼ ବିଡ଼ିଓ ଓ ତହସିଲଦାର ବିଦ୍ୟାଳୟରେ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି ।
ରେକଡ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି । କେଉଁ ପରିସ୍ଥିତିରେ ଫାଟକଟି ଭୁଶୁଡିଲା ତାହା ନେଇ ପୁଲିସ ତଦନ୍ତ ଚଳାଇଛି ।