ହିମନ୍ତଙ୍କ ବିରୋଧରେ ମାମଲା
ଆସାମ ବିଧାନସଭା ନିର୍ବାଚନରେ ଏଜେପି (ଆସାମ ଜାତୀୟ ପରିଷଦ) ପ୍ରାର୍ଥୀ କୁନକି ଚୌଧୁରୀ ଗୁଆହାଟୀ ସେଂଟ୍ରାଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
କୁନକି ଚଳିତ ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀଭାବେ ମାନ୍ୟତା ଲାଭ କରିଥିବାବେଳେ ଗୋମାଂସ ଭକ୍ଷଣ ପ୍ରସଙ୍ଗ ନେଇ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରଚାର ଅଭିଯାନ ସମୟରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କୁନକିଙ୍କ ମାଆ ସୁଜାତା ଗୁରୁଙ୍ଗ ଚୌଧୁରୀଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦେଇଥିଲେ । ସୁଜାତା ଗୋମାଂସ ଭକ୍ଷଣ କରୁଥିବାବେଳେ ପାକିସ୍ତାନ ପ୍ରତି ସହାନୁଭୂତି ପ୍ରଦର୍ଶନ ଏବଂ ଦେଶଦ୍ରୋହୀ ବ୍ୟକ୍ତିଙ୍କୁ ସମର୍ଥନ ଜଣାଉଛନ୍ତି ବୋଲି ହିମନ୍ତ କହିଥିଲେ ।
ଏହାର ପ୍ରତିବାଦରେ ସୁଜାତା ଜାତୀୟ ମହିଳା କମିସନଙ୍କ ନିକଟରେ ହିମନ୍ତଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।
ଜଣେ ଗୃହିଣୀ ହୋଇଥିବାବେଳେ ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନଥିବା ସୁଜାତା କହିଛନ୍ତି ।
ଝିଅ କୁନକି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ତାଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟଣାଯାଉଛି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।