ପୁଣି ଜେଲ ଫେରିଲା ରାଜା ସାହାଣୀ
ଆନ୍ତଃରାଜ୍ୟ ସୁନା ଅଳଙ୍କାର ଲୁଟେରା ରାଜା ସାହାଣୀ ପୁଣି ଥରେ ଚୌଦ୍ୱାର ଜେଲକୁ ଫେରିଛି ।
ତାକୁ ରିମାଣ୍ଡରେ କର୍ଣ୍ଣାଟକ ପୁଲିସ ବେଙ୍ଗାଲୁର ନେଇଥିଲା ।
୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲକୁ ଫେରିଛି ରାଜା ସାହାଣୀ ।
ରାଜାକୁ ଆଗାମୀ ଦିନରେ ରିମାଣ୍ଡରେ ନେଇପାରେ କମିଶନରେଟ ପୁଲିସ ।
ଚୌଦ୍ୱାର ମଣ୍ଡଳ କାରାଗାରୁ ଚମ୍ପଟ ମାରିବା ପରେ ତାକୁ ଉତରାଖଣ୍ଡର ଋଷିକେଶରୁ କମିଶନରେଟ ପୁଲିସ ଗିରଫ କରିଥିଲା ।