ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ
ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ପୁଣି ହୋଇଛନ୍ତି । ଶୁକ୍ରବାର ରାଜ୍ୟସଭାରେ ଏକ ଐତିହାସିକ ଘଟଣା ରେକର୍ଡ କରାଯାଇଛି । ପ୍ରଥମ ଥର ପାଇଁ ଜଣେ ମନୋନୀତ ସାଂସଦଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇଛି ।
ଏହି ଦାୟିତ୍ୱ ହରିବଂଶ ନାରାୟଣ ସିଂହଙ୍କୁ ଦିଆଯାଇଛି, ଯାହାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସଂପ୍ରତି ରାଜ୍ୟସଭାକୁ ମନୋନୀତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପାଇଁ ହରିବଂଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହରିବଂଶ ନାରାୟଣ ସିଂହ ଲଗାତର ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ସେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଶାସକ ଏବ ବିରୋଧୀ ଦଳର ପ୍ରମୁଖ ନେତାମାନେ ହରିବଂଶଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ରପତି ତାଙ୍କୁ ସଂପ୍ରତି ରାଜ୍ୟସଭାକୁ ମନୋନୀତ କରିଥିଲେ । ଏହା ପୂର୍ବରୁ ହରିବଂଶ ଜେଡିୟୁ କୋଟାରେ ଦୁଇଟି କାର୍ଯ୍ୟକାଳ ପାଇଁ ରାଜ୍ୟସଭାକୁ ପ୍ରବେଶ କରିଥିଲେ ।
ହରିବଂଶଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ହରିବଂଶଜୀଙ୍କୁ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ । ଗୃହ ଆପଣଙ୍କ ଉପରେ ଗଭୀର ବିଶ୍ୱାସ ରଖେ ।