ଡିଏମକେ ପାଇଁ ପ୍ରଚାର କରିବେ କେଜରିୱାଲ
ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ଆବାହକ ଅରବିନ୍ଦ କେଜରିୱାଲ ଡିଏମକେ ପାଇଁ ପ୍ରଚାର କରିବେ ।
ଏଥିପାଇଁ କେଜରିୱାଲ ଏପ୍ରିଲ ୨୦ ଓ ୨୧ରେ ତାମିଲନାଡ଼ୁ ଗସ୍ତ କରିବେ । ସେ ଡିଏମକେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକେ ଷ୍ଟାଲିନଙ୍କ ସହିତ ମିଶି ବିଭିନ୍ନ ସଭା ସମିତି ଓ ଶୋଭାଯାତ୍ରାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ନିର୍ବାଚନରେ ଆପ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇ ନଥିବା ଜଣାପଡ଼ିଛି ।