ପାକିସ୍ତାନକୁ ୨ ବିଲିୟନ ଡଲାର ଦେଲା ସାଉଦି ଆରବ
ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ପକ୍ଷରୁ ଗୁରୁବାର ଟୁଇଟ ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ୨୦୧୮ରେ ଋଣ ନେଇଥିବା ୩.୫ ବିଲିୟନ ଡଲାର ତୁରନ୍ତ ପରିଶୋଧ କରିବାକୁ ସଂଯୁକ୍ତ ଆରବ ଏମିରେଟସ (ୟୁଏଇ) ପକ୍ଷରୁ ପାକିସ୍ତାନକୁ ନିର୍ଦେଶ ଦିଆଯାଇଛି ।
ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବାବେଳେ ଏତେ ପରିମାଣର ଋଣକୁ ପରିଶୋଧ କରିବା କଷ୍ଟକର ହୋଇପଡ଼ିଛି ।
ଏହି ପରିପ୍ରେକ୍ଷୀରେ ସାଉଦି ଆରବ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି ।
ତଦନୁଯାୟୀ ସାଉଦି ଆରବ ପାକିସ୍ତାନକୁ ମୋଟ ୫ ବିଲିୟନ ଡଲାର ଆର୍ଥିକ ସହାୟତା ଯୋଗାଇବ ବୋଲି ପ୍ରତିଶ୍ୟୁତି ଦେଇଛି । ଏହି ଋଣ ମିଳିବା ପରେ ପାକିସ୍ତାନ ସରକାର ୟୁଏଇର ଋଣ ପରିଶୋଧ କରିପାରେ ବୋଲି ସମ୍ଭାବନା ରହିଛି ।