ଗ୍ରୀଷ୍ମ ପ୍ରବାହରେ ପଶ୍ଚିମ ଓଡ଼ିଶା
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦୁଇଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪ଡିଗ୍ରୀ ବୃଦ୍ଧି ପାଇଛି ।
ଟିଟିଲାଗଡ଼ରେ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ରାଜ୍ୟର ସବୁଠୁ ଉତପ୍ତ ସହର ଭାବେ ପରିଗଣିତ ହୋଇଛି ।
ଟିଟିଲାଗଡ଼ ତଳକୁ ଝାରସୁଗୁଡ଼ାରେ ତାପମ୍ରତା ୪୩.୬ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ସମ୍ବଲପୁର ୪୨.୨ ଡିଗ୍ରୀ, ହୀରାକୁଦରେ ୪୨.୨ ଡିଗ୍ରୀ, ଭବାନୀପାଟଣାରେ ୪୨.୩ଡିଗ୍ରୀ, ବଲାଙ୍ଗୀରରେ ୪୨.୧ ଡିଗ୍ରୀ, ରାଉରକେଲାରେ ୪୧.୬ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ଡିଗ୍ରୀ, ନୂଆପଡ଼ାରେ ୪୧ ଡିଗ୍ରୀ ହୋଇଥିବା ଜଣାପଡ଼ିଛି । ସେହିପରି ମୋଟ ୧୪ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିବା କୁହାଯାଇଛି ।
ଆଗାମୀ ଦୁଇଦିନ ତାପମାତ୍ରା ୨-୩ଡିଗ୍ରୀ ବଢ଼ିବା ନେଇ ଆଶଙ୍କା କରାଯାଉଛି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ୭ଦିନିଆ ବଲେଟିନରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭତ ହେବ ନେଇ ପୂର୍ବାନୁମାନ କରାଯାଇଛି ।