ଭୁବନେଶ୍ୱରରୁ ବେଆଇନ ଗ୍ୟାସ ସିଲିଣ୍ଡର ଜବତ
ପଥରଗାଡ଼ିଆରୁ ୭୦ ସିଲିଣ୍ଡର ଜବତ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱ ସମେତ ଦେଶ ତଥା ରାଜ୍ୟବାସୀ ଗ୍ୟାସ ସଂକଟରେ ଘାଂଟି ହେଉଛନ୍ତି । ଏପରିସ୍ଥଳେ ରାଜ୍ୟର କେତେକ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ଏଲପିଜି ସିଲିଣ୍ଡରର ଚୋରା କାରବାର କରୁଥିବା ନେଇ ଅଭିଯୋଗ ଆସିଛି ।
ଏହିଭଳି ଏକ ଘଟଣା ଆଜି ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ।
ଭୁବନେଶ୍ୱରରର ପଥରଗାଡ଼ିଆଠାରେ କର୍ମସିଆଲରୁ ଡୋମେଷ୍ଟିକ ସିଲିଣ୍ଡରକୁ ରିଫିଲିଂ କରାଯାଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା ।
ଏହି ସମୟରେ ସେଠାରୁ ପ୍ରାୟ ୭୦ଟି ଗ୍ୟାସ ରିଫିଲିଂ ସିଲିଣ୍ଡରକୁ ଜବତ କରିବା ସହ ଏହାର ଛାନଭିନ କରୁଛନ୍ତି ଯୋଗାଣ ବିଭାଗ କର୍ମଚାରୀ ।