୪୦ଡିଗ୍ରୀ ଉପରେ ୧୫ ସହର
ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଶାସନ ପକ୍ଷରୁ ଏଥିରୁ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ସକାଳ ୧୧ଟା ପରେ ଯେପରି ସାଧାରଣ ଯାତ୍ରୀ ପଦାକୁ ନ ବାହାରନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି ।
ଯଦି ଏକାନ୍ତ ବାହାରିବାକୁ ହୁଏ ତେବେ ସୁରକ୍ଷାମୂଳକ ବ୍ୟବସ୍ଥା ସାଙ୍ଗରେ ନେଇ ବାହାରିବାକୁ ହେବ ବୋଲ ି କୁହାଯାଇଛି ।
ଓଡ଼ିଶାର ବିଭିନ୍ନ ଜିଲାରେ ଆଜି ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ବିଶେଷ କରି ପଶ୍ଚିମ ଉପକୂଳ ଅଂଚଳ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ଟିଟିଲାଗଡ଼ରେ ୪୨.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବାବେଳେ ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ଭବାନୀପାଟଣାରେ ୪୨ଡିଗ୍ରୀ, ସମ୍ବଲପୁର ଓ ନୂଆପଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୪୧.୪ଡିଗ୍ରୀ, ମାଲକାନଗିରି ଓ କେନ୍ଦୁଝରଗଡ଼ରେ ୪୦ଡିଗ୍ରୀ ଥିଲା ।