ହର୍ମୁଜରେ ଭାରତୀୟ ଜାହାଜ ଉପରକୁ ଗୁଳିମାଡ଼!
ଯୁଦ୍ଧ ସଂପ୍ରତି ସ୍ଥଗିତ ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତମୂଳକ ବୁଝାମଣା ହୋଇପାରୁନି । ଯାହାଦ୍ୱାରା ହର୍ମୁଜ ପ୍ରଣାଳୀ ଏବେବି ଉତେଜନାପ୍ରବଣ ରହିଛି ।
ହର୍ମୁଜ ପ୍ରଣାଳୀରେ ପୁଣି ଗୁଳିର ଶବ୍ଦ ଶୁଣିବାକୁ ମିଳିଥିବା ଜଣାପଡ଼ିଛି । ଦୁଇଟି ଜାହାଜ ହର୍ମୁଜ ପାରି ଉଦ୍ୟମ ବେଳେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିବା ଜଣାପଡ଼ିଛି । କିନ୍ତୁ କେଉଁ ଦେଶର ଜାହାଜ ହର୍ମୁଜ ପାରି ହେଉଥିଲା, ତାହା ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ପୁଣି ହର୍ମୁଜ ପ୍ରଣାଳୀ ଉପରେ ଇରାନ କଟକଣା ଲଗାଇଛି । ଏହି ଜଳପଥ ଖୋଲିବା ନେଇ ଇରାନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ଓହରି ଯାଇଛି ।
ଆମେରିକା ଯୁଦ୍ଧ ବିରାମ ସର୍ତ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ଇରାନ ହର୍ମୁଜକୁ ପୁଣିଥରେ ବନ୍ଦ କରି ଦେଇଛି ।
ଇରାନୀ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ସମିତିର ପ୍ରମୁଖ ଇବ୍ରାହିମ ଅଜିଜ କହିଛନ୍ତି ଯେ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଥିବା ସମସ୍ତ ବାଣିଜ୍ୟିକ ଜାହାଜ ଆଇଆରଜିସି ନୌସେନାର ଅନୁମତି ନେବାକୁ ହେବ ।
ଇରାନର ଏହି ଆକ୍ରମଣ ପଦକ୍ଷେପ ପରେ ଆମେରିକା ସହିତ ଚରମ ସୀମାରେ ପହଂଚିଛି । ଇରାନ ସେନା ଘୋଷଣା କରିଛି କି ହର୍ମୁଜ ପ୍ରଣାଳୀରେ ପୁଣି ଥରେ ସେନାର ନିୟନ୍ତ୍ରଣ ରହିବ । ଆମେରିକା ବାରମ୍ବା ନିୟମ ଉଲ୍ଲଙ୍ଘନ କରୁଛି । ହର୍ମୁଜ ପ୍ରଣାଳୀ ଖୋଲିବାର କିଛି ଘଂଟା ପରେ ଇରାନୀ ବନ୍ଦରରେ ଲୁଟ ହେବା ପରେ ପରିସ୍ଥିତି ନଜର ଆସିଥିଲା ।
ଏହାର କିଛି ଘଂଟା ପରେ ଦୁଇଟି ଜାହାଜ ଉପରେ ଗୁଳିମାଡ଼ ହୋଇଥିବା ଖବର ଜଣାପଡ଼ିଛି ।