୨୪ରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ସମ୍ରାଟ ଚୌଧୁରୀ
ବିିହାରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ ଏନଡିଏର ନୂଆ ସରକାର ଆସନ୍ତା ଏପ୍ରିଲ ୨୪ତାରିଖରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ।
ଏଥିପାଇଁ ବିହାର ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଯାଇଛି ।
ବିଧାନସଭା ସଚିବାଳୟ ପକ୍ଷରୁ ଶନିବାର ଏ ନେଇ ଅଧିସୂଚନା ଜାରି କରାଯାଇଛି । ଏହି ବିଶେଷ ଅଧିବେଶନ ଆସନ୍ତା ଶୁକ୍ରବାରକୁ ଡକାଯାଇଛି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ସମ୍ରାଟ ଚୌଧୁରୀ ତାଙ୍କ ସରକାରର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ।
ବିହାର ବିଧାନସଭା ସଚିବାଳୟ ସମସ୍ତ ସଦସ୍ୟଙ୍କୁ ଏପ୍ରିଲ ୨୪ତାରିଖ ସକାଳ ୧୧ଟାରେ ଗୃହରେ ଉପସ୍ଥିତ ରହିବାକୁ ଅନୁରୋଧ କରିଛି । ବିଧାନସଭା ନିର୍ଦେଶକ ରାଜୀବ କୁମାର ଶନିବାର ଏ ସମ୍ପର୍କିତ ଚିଠି ପ୍ରକାଶ କରିଛନ୍ତି ।
ଏନଡିଏ ପାଖରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ରହିଛି । ତେଣୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ସରକାରଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ।
ସମ୍ରାଟ ଚୌଧୁରୀ ଗୃହରେ ସହଜରେ ନିଜ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିବେ ବୋଲି କୁହାଯାଇଛି ।