ପୁରୀ ଚନ୍ଦନ ଯାତ୍ରା : ନରେନ୍ଦ୍ର ପୁଷ୍କରିଣୀରେ ବାଣ ମନା
ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ବାଣି ଫୁଟିବ ନାହିଁ ।
ବାଣ ଫୁଟାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ ।
ସେ କହିଛନ୍ତି ଯେ ଚନ୍ଦନ ଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।
ଯଦି କୌଣସି ଅମାନିଆ ନିୟମ ଉଲ୍ଲଙ୍ଘନ କରି ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟାନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରମ୍ପରା ମୁତାବକ ଯାହାକିଛି କାର୍ଯ୍ୟ ରହିଛି ତାହା କରାଯିବ ବୋଲି ପୁରୀ ଏସପି କହିଛନ୍ତି ।
ସୂଚନାଯୋଗ୍ୟ ଗତ ୨୦୨୪ ମସିହାରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀକ୍ଷେତ୍ର ଭଉଁରୀ ଦିନ ବାଣ ବିସ୍ଫୋରଣ ଘଟି ୧୭ଜଣଙ୍କ ଜୀବନ ଚାଲି ଯାଇଥିଲା । ଚନ୍ଦନ ଯାତ୍ରା ପାଇଁ ପରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ନରେନ୍ଦ୍ର ପୁଷ୍କରିଣୀକୁ ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରଖାଯିବ ବୋଲି କୁହାଯାଇଛି ।
ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସପିଙ୍କ ସହ ୫ ଡିଏସପି ରହିବେ ବୋଲି ପୁରୀ ଏସପି କହିଛନ୍ତି ।