ଭୂମିକମ୍ପରେ ଥରିଲା ଜାପାନ
ଜାପାନର ନାଗାନୋ ପ୍ରଦେଶରେ ଶନିବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।
ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରେକର୍ଡ କରାଯାଇଛି ।
ଜାପାନ ପାଣିପାଗ ସଂସ୍ଥା (ଜେଏମଏ) ଅନୁଯାୟୀ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୨୦ମିନିଟ୍ରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ମାତ୍ର ୧୦ କିଲୋମିଟର ଗଭୀରେ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓମାଚି ସହରରେ ସର୍ବାଧିକ କମ୍ପନ ଅନୁଭୂତ ହୋଇଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଆହତଙ୍କ ସୂଚନା ମଳି ନଥିବା ଜଣାପଡ଼ିଛି ।