କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨% ବଢ଼ିଲା ଡିଏ
କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର ଦେଖାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ଲକ୍ଷଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସିର ଖବର ଆସିଛି ।
ସରକାର ମହଙ୍ଗା ଭତା (ଡିଏ) ଏବଂ ମହଙ୍ଗା ରିଲିଫ (ଡିଆର)ରେ ୨% ବୃଦ୍ଧିକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ଏହି ନିଷ୍ପତି ଫଳରେ କର୍ମଚାରୀଙ୍କ ମାସିକ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନରେ ବୃଦ୍ଧି ଘଟିବ । କେନ୍ଦ୍ର ସରକାର ସାଧାରଣତଃ ବର୍ଷକୁ ଦୁଇଥର ଡିଏ ଜାନୁଆରୀ ଏବଂ ଜୁଲାଇରେ ସମୀକ୍ଷା କରନ୍ତି ।
ଏହି ବୃଦ୍ଧି ଶିଳ୍ପ ଶ୍ରମିକଙ୍ କପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଉପେ ଆଧାର କରି ନିର୍ଣ୍ଣୟ କରାଯାଏ ।
କେନ୍ଦ୍ର ସରକାରୀ କର୍ମଚାରୀ ସଂଗଠନ ଏହି ଘୋଷଣାରେ ବିଳମ୍ବ ସମ୍ପର୍କରେ ଚିନ୍ତା ପ୍ରକାଶ କରିଥିଲେ । ଯଦିଓ ଘୋଷଣା ସାଧାରଣତଃ ସେପ୍ଟେମ୍ବର ଶେଷ ସୁଦ୍ଧା କରାଯାଇଥାଏ, କିନ୍ତୁ ଏଥର ଏହା ଏପ୍ରିଲରେ କରାଯାଇଥିବାରୁ କର୍ମଚାରୀମାନେ ବକେୟା ସହିତ ସେମାନଙ୍କ ଦେୟ ପାଇବା ଆଶା କରିପାରିବେ ।