ନିଶାନ୍ତ କୁମାରଙ୍କୁ ଜେଡ ସୁରକ୍ଷା
ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁତ୍ର ନିଶାନ୍ତ କୁମାରଙ୍କୁ ‘ଜେଡ’ ସୁରକ୍ଷା ପ୍ରଦାନ କରାଯାଇଛି ।
ବିଜୟ ସିହ୍ନାଙ୍କ ସୁରକ୍ଷା ଜେଡ ପ୍ଲସ ବର୍ଗରୁ ଜେଡକୁ ହ୍ରାସ କରାଯାଇଛି । ତାଙ୍କ ବ୍ୟତୀତ ଶ୍ରବ କୁମାରଙ୍କୁ ମଧ୍ୟ ଏସ୍କର୍ଟ ସହିତ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ନୀତିଶ କୁମାର ଅଧିକ ଶକ୍ତିଶାଳୀ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚା ହେଉଛି ।
ବର୍ତମାନ ତାଙ୍କର ଦେଶବ୍ୟାପୀ ଜେଡ ପ୍ଲସ ସୁରକ୍ଷା ରହିବ । ରାଜନୀତିରେ ପ୍ରବେଶ କରିଥିବା ନିଶାନ୍ତ କୁମାରଙ୍କୁ ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଆଲୋଚନା କରାଯାଇଥିଲା । କିନ୍ତୁ ସେ କୌଣସି ପଦବୀ ଗ୍ରହଣ କରି ନଥିଲେ । ଏବେ ସେ ଖୁବ ଶୀଘ୍ର ବିହାର ଗସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କୁ ସଂପ୍ରତି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସକ୍ରିୟ ଦେଖାଯାଇଛି ।
ସେ ସଂଗଠନକୁ ମଜବୁତ କରିବା ଏବଂ ମେଂଟକୁ ଅଧିକ ପ୍ରଭାବଶାଳୀ କରିବା ପାଇର୍ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି । ତାଙ୍କୁ ଜେଡ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଏବେ ତାଙ୍କ ସୁରକ୍ଷା ପାଇଁ ୪-୫ଜଣ ଏନଏସଜି କମାଣ୍ଡୋଙ୍କ ସମେତ ପ୍ରାୟ ୨୨ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ ।
ସେମାନଙ୍କ ସହିତ ଦିଲ୍ଲୀ ପୁଲିସ, ଆଇଟିବିପି, ସିଆରପିଏଫ୍ର କର୍ମଚାରୀ ଏବଂ ସ୍ଥାନୀୟ ପୁଲିସ କର୍ମଚାରୀ ମଧ୍ୟ ନିୟୋଜିତ ହେବେ ।
ଏହି ସମୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ସୁରକ୍ଷା ହ୍ରାସ କରାଯାଇଥିବା ଜଣାପଡ଼ିଛି ।