କାଠଯୋଡ଼ି ନଦୀରେ ହେବ ନୂଆ ବ୍ରିଜ
୧୫୮ କୋଟି ୮୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
କାଠଯୋଡ଼ି ନଦୀରେ ହେବ ନୂଆ ବ୍ରିଜ । ତ୍ରିଶୁଳିଆ ଛକରୁ ଜୁଡିସିଆଲ ଏକାଡେମୀ ଛକକୁ ଯୋଡ଼ିବ ଏହି ବ୍ରିଜ । ୧୫୮ କୋଟି ୮୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ବ୍ରିଜ ଆସନ୍ତା ୪୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଥିବାବେଳେ କାଠଯୋଡ଼ି ନଦୀରେ ନୂତନ ବି୍ରଜ ହେବା ପ୍ରସ୍ତାବ ତନ୍ମଧ୍ୟରୁ ଗୋଟିଏ ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ସଂକ୍ରାନ୍ତରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
ସେହିପରି ରାଜ୍ୟରେ ପିଏନଜିି ଓ ସିଏନଜି ଭିତିଭୂମି ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।