ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ମତଦାନ
ପଶ୍ଚିମବଙ୍ଗରେ ୯୧.୫୮% ଓ ତାମିଲନାଡ଼ୁରେ ୮୪.୫୧% ମତଦାନ
ନିର୍ବାଚନ କମିସନରଙ୍କ ନିର୍ଦେଶ ଅନୁସାରେ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ହୋଇଛି ।
କାଁଭାଁ ଗଣ୍ଡଗୋଳ ମଧ୍ୟରେ ଭୋଟ ଗ୍ରହଣ ସମ୍ପନ୍ନ ହୋଇଛି ।
ତାମିଲନାଡ଼ୁର ୨୩୪ଟି ଆସନ ଓ ପଶ୍ଚିମବଙ୍ଗର ୧୬ ଜିଲାର ୧୫୨ଟି ଆସନରେ ମତଦାନ ସକାଳ ୭ଟାରୁ ଆର ହୋଇଥିଲା, ଯାହାକି ୬ଟାରେ ଶେଷ ହୋଇଛି । ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଅନୁମାନ କରାଯାଉଛି ।
ପ୍ରାୟ ୩,୦୦୦ ସହାୟକ ବୁଥ ସମେତ ୪୪,୩୭୬ଟି ବୁଥ୍ରେ ମତଦାନ ହୋଇଛି । ୫,୪୪୪ ବୁଥ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବା ଏବଂ ୨୦୭ ମଡେଲ ବୁଥ ସୃଷ୍ଟି କରାଯାଇଛି । ଆଜିର ଭୋଟ ଗ୍ରହଣ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ହେଉଥିବାବେଳେ ଆଗାମୀ ୨୯ତାରିଖ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଓ ମେ ୪ତାରିଖରେ ଫଳାଫଳ ଘୋଷଣା ହେବ ।
ଜଣାପଡ଼ିଛି ଯେ ଉପ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ହୋଇଛି ।
ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ଅପରାହ୍ନ ୩ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୮.୭୭% ଓ ତାମିଲନାଡ଼ୁରେ ୭୦% ମତଦାନ ରେକର୍ଡ କରାଯାଇଥିଲା ।
ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୦% ଏବଂ ତାମିଲନାଡ଼ୁରେ ୮୨.୨୪% ମତଦାନ ହୋଇଥିବା ସୂଚନା ମିଳିଛି ।
ସେହିପରି ସନ୍ଧ୍ୟା ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୧.୫୮% ମତଦାନ ହୋଇଥିବାବେଳେ ତାମିଲନାଡ଼ୁରେ ୮୪.୫୧% ମତଦାନ ହୋଇଥିଲା ।