ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ବର୍ତମାନ ଭୀଷଣ ଖରାକୁ ଅସହ୍ୟ ଗରମ ଓ ଗୁଳଗୁଳି ଅନୁଭୂତ ହେଉଛି ।
ଏଣୁ ଏହି ସମୟରେ ଅଂଶୁଘାତର ଅଧିକ ଆଶଙ୍କା ରହିଛି ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମଗ୍ର ରାଜ୍ୟରେ ଆଗୁଆ ଛୁଟି ଘୋଷଣା କରିଛନ୍ତି ।
ଫଳରେ ଆସନ୍ତା ଏପ୍ରିଲ ୨୭ ତାରିଖରୁ ଗ୍ରୀଷ୍ମ ଛୁଟି ହେବ ଏବଂ ପିଲାମାନେ ଘରେ ରହି ଅନଲାଇନରେ ପାଠ ପଢ଼ିପାରିବେ ।
ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି ।