୨୦୨୮ ଅଲିମ୍ପିକ୍ସ କ୍ରିକେଟ ଭେନ୍ୟୁର ଭୂମି ପୂଜନ
୧୨୮ବର୍ଷ ବ୍ୟବଧାନ ପରେ ଅଲିମ୍ପିକ୍ସ ମଇଦାନକୁ କ୍ରିକେଟ ଫେରିବାକୁ ଯାଉଥିବାବେଳେ ଏଥିପାଇଁ ଗୁରୁବାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି ।
ନୂଆ ଭେନ୍ୟୁ ପୋମୋନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏହି ପଡ଼ିଆ ମଧ୍ୟ ଲସ ଏଜେଞ୍ଜଲସ ନାଇଟ ରାଇଡର୍ସର ଘରୋଇ ପଡ଼ିଆ ଭାବେ ପରିଚିତ ।
ଏହି ଫ୍ରାଚାଇଜ ମଧ୍ୟ ଆମେରିକାରେ କ୍ରିକେଟ ବିକାଶ ଦିଗରେ କାମ କରୁଛି । ଭୂମି ପୂଜନ ଉତ୍ସବରେ ଆଇସିସିର ସିିଓ ସଂଯୋଗ ଗୁପ୍ତ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ଗୁପ୍ତ କହିଛନ୍ତି ଯେ ଅଲିମ୍ପିକ୍ସ ପ୍ରତିଶ୍ରୁତି ପୂରଣ ସହିତ ଲସ ଏଞ୍ଜେଲସ ଅଲିମ୍ପିକ୍ସ କ୍ରିକେଟକୁ ବିଶ୍ୱ ଦରବାରରେ ପହଂଚାଇବ ।
ଏହି ଐତିହାସିକ କ୍ଷଣ ୧୨୮ବର୍ଷର ସ୍ୱପ୍ନକୁ ସାକାର କରିବ । ଏଥି ସହିତ ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ଖେଳ କ୍ରିକେଟକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ର ସ୍ୱୀକୃତି କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ବି ଜିତିଛି ।
ସୂଚନାଯୋଗ୍ୟ ଶେଷ ଥର ପାଇଁ ୧୯୦୦ ମସିହା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ଥିଲେ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ବିଶ୍ୱର ସମସ୍ତ ଆଇସିସି ସଦସ୍ୟ ରାଷ୍ଟ୍ର ପାଇଁ ଏହା ଗୌରବର ମୁହୂର୍ତ ବୋଲି ସେ ପ୍ରକାଶ କରିଛନ୍ତି ।