ଚିଲିକା ନଳବଣରେ ଅଗ୍ନିକାଣ୍ଡ : ୬ଦିନ ହେଲା ଜଳୁଛି ନିଆଁ
ପୁରୀ ଜିଲା ଅନ୍ତର୍ଗତ ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ନଳବଣଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।
ଆଜିକୁ ୬ଦିନ ଧରି ଏଠାରେ ନିଆଁ ଲାଗି ରହିଥିବାବେଳେ ଏହାକୁ ଆୟତ କରିବା ସମ୍ଭବ ହୋଇପାରୁ ନାହିଁ ।
ଫଳରେ ଏଠାରେ ଆଶ୍ରୟ ନେଇଥିବା ଲକ୍ଷଲକ୍ଷ ବିଦେଶାଗତ ପକ୍ଷୀଙ୍କ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଇଛି । ଅନ୍ୟପକ୍ଷରେ ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶବ ବାହିନୀ ପକ୍ଷରୁ ପ୍ରୟାସ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ କଣାସରୁ ୬ଜଣିଆ ଏବଂ ଟାଙ୍ଗୀରୁ ୮ଜଣିଆ ଅଗ୍ନିଶମ ଦଳ ନିଆଁ ଲିଭାଇବା କାର୍ଯ୍ୟରେ ଦିନରାତି ନିୟୋଜିତ ଅଛନ୍ତି ।
ଅନବରତ ଉଦ୍ୟମ ସତ୍ୱେ ଆଜି ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତକୁ ଅଣାଯାଇ ପାରିନାହିଁ । ଯାହାକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି ।
ଅଗ୍ନିଶମ ବିଭାଗ ଓ ପ୍ରଶାସନର ଅନୁମାନ ଯେ ସମ୍ଭବତଃ ପକ୍ଷୀ ଶିକାର କରିବା ଉଦେ୍ଦଶ୍ୟରେ କିଛି ଦୁର୍ବୃତ ଉଦେ୍ଦଶ୍ୟମୂଳକ ଭାବେ ନିଆଁ ଲଗାଇଛନ୍ତି ।
ତେବେ ଅଗ୍ନଶମ ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।