ପଂଚାୟତ ନିର୍ବାଚନରେ ହେବନି ମେଂଟ : ଭକ୍ତ
ଓଡ଼ିଶାରେ ଆଗକୁ ହେବାକୁ ଥିବା ପଂଚାୟତ ନିର୍ବାଚନରେ ବିରୋଧୀ ବିଜେଡି ସହିତ କୌଣସି ମେଂଟ ହେବନି ବୋଲି ଆଜି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ଆସନ୍ତା ପଂଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢ଼ିବ ବୋଲି ସେ କହିଛନ୍ତି । ପଂଚାୟତ ଓ ମୁ୍ୟନସିପାଲଟି ନିର୍ବାଚନରେ ନିଜ ଦମ୍ରେ ଲଢ଼ିବ କଂଗ୍ରେସ ।
ତେବେ ବିଧାନସଭା ନିର୍ବାଚନବେଳକୁ ହାଇକମାଣ୍ଡ ଚାହିଁଲେ ବିଜେଡି ସହିତ ବୁଝାମଣା ହୋଇପାରେ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ।