ଇରାନର ଶାନ୍ତି ପ୍ରସ୍ତାବକୁ ଟ୍ରମ୍ପଙ୍କ ଅଗ୍ରାହ୍ୟ
ଗତ କାଲି ୨୭ ତାରିଖରେ ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ସହିତ ଲାଗି ଥିବା ଭୟାବହ ଯୁଦ୍ଧକୁ ବନ୍ଦ କରିବା ପାଇଁ ଇରାନ ୩ ଫେଜ ଶାନ୍ତି ଫର୍ମୁଲା ବା ପ୍ରସ୍ତାବ ଦେଇଥିଲା ।
ଏହାକୁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗ୍ରାହ୍ୟ କରିଦେଇଛନ୍ତି ।
ଇରାନ ତା’ର ୩ ଫେଜ ଶାନ୍ତି ଆଲୋଚନାରେ ପ୍ରଥମେ ଯୁଦ୍ଧ ବନ୍ଦ କରିବା, ଦ୍ୱିତୀୟରେ ହର୍ମୁଜରୁ ଆମେରିକା ତା’ର ଅବରୋଧ ହଟାଉ ଏବଂ ଏହି ଦୁଇ ସର୍ତ ପୂରଣ ପରେ ତୃତୀୟରେ ପରମାଣୁ ପ୍ରସଙ୍ଗ ଉପରେ ଆମେରିକା ସହିତ ଆଲୋଚନା ହେବ ।
ତେବେ ଇରାନର ଏହି ୩ ଫେଜ ଶାନ୍ତି ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗ୍ରାହ୍ୟ କରିଦେଇଛନ୍ତି ।
ଫଳରେ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧର ପରିସମାପ୍ତି ନେଇ ଆଶଙ୍କା ଉପୁଜିଛି ।